ଆଳୁ ଖୋଳୁ ଖୋଳୁ ମହାଦେବ ! ଏହି ରୂଢି ଟି ସମ୍ପୂର୍ଣ ମାନୁଛି ଓଡିଶା ର ଜଣେ ମଦ ବେପାରୀକୁ

ନମସ୍କାର ଓ ଜୟ ଜଗନ୍ନାଥ ପଠକେ ଆଜିର ଏହି ଶିକ୍ଷା ଭିତ୍ତିକ articel କୁ ସ୍ଵାଗତ , ଶିକ୍ଷା ଭିତ୍ତିକ ! ଏହି ମଦ ବେପାରୀ ଠୁ କଣ ଶିକ୍ଷା ଲାଭ କରିବେ ଭାବୁଛନ୍ତି କି ଅଛି ନା ବହୁତ୍ କିଛି ଅଛି ଆପଣ କେବଳ ଅପେକ୍ଷା atricel କୁ ପଢ଼ନ୍ତୁ ।

ସମ୍ପୂର୍ଣ ବିବରଣୀ:

December 7, 2023 ଓଡ଼ିଶା ରେ ମଦ ବେପାରୀ ଓ ମଦୁଆ କମ୍ ନୁହଁନ୍ତି, ଓଡିଶା ରେ ବିଦେଶ ମଦ ବେପାର ସହ ଦେଶୀ କିମ୍ବା ଘରୋଇ ମଦ କାରଖାନା ମଧ୍ୟ ରହିଛି। ହେଲେ କେତେ ଦେଶୀ ମଦ ବେପାରୀ ସରକାରଙ୍କୁ ଟିକସ ଦେଇ ନିଜର ମଦର ସାମ୍ରାଜ୍ୟ ବିସ୍ତାର କରୁଥିଲା ବେଳେ କେତେ ବେପରି ଟିକସ ଫାଙ୍କି ମଧ୍ୟ ବେପାର ଚଲେଇ ଥାଆନ୍ତି। ସେମିତି ଏକ ଟିକସ ଫାଙ୍କି ର ଅଭିଯୋଗ କୁ ଆଧାର କରି ଆୟକର ବିଭାଗ ପଶ୍ଚିମ ଓଡ଼ିଶା ର ସମ୍ବଲପୁରରୁ ରାଉରକେଲା, ବଲାଙ୍ଗିରରୁ ସୁନ୍ଦରଗଡ଼ ଏମିତି ଗୋଟିଏ ପରେ ଗୋଟିଏ ଠିକଣାରେ ଚଢ଼ାଉ ଆରମ୍ୱ କରିଥିଲା । ଏମିତି ଏକ ଚଢାଉ ହେଇଥିଲା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ ଅଫିସରେ ଆଉ ସେଠୀ ଥିବା ଅଫିସ ଆଲମାରି ଋ ବାହରିଥିଲା । ଅଚାନକ ଏତେ ଗୁଡାଏ ଟଙ୍କା ଦେଖି ଆୟକର ବିଭାଗ ଚକିତ ହୋଇଯାଇଥିଲା । ଯଦି ଗୋଟିଏ ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କି ଏତେ ଗୁଡାଏ ଟଙ୍କା ରଖିପାରିଛି ତ ଅନ୍ୟସବୁ କେତେ ରଖିନଥିବେ, ଏହା ଭାବି ଏବେ ଆୟକର ବିଭାଗ ଅନ୍ୟ ସବୁ କାରଖାନା ରେ ମଧ୍ୟ ଚଢାଉ ଆରମ୍ବ କରିଛି ।

ଚଢାଉ ହେଇଥିବା ମଦ ଭାଟି ଗୁଡିକ ର ନାମ :

  • ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ କଂପାନୀର ପାର୍ଟନରସିପ୍ ଫାର୍ମ ହେଉଛି ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ
  • ସୁନ୍ଦରଗଡ ସହରର ମଦ ବ୍ୟବସାୟୀ ରାଜକିଶୋର ପ୍ରସାଦ ଜୟସ୍ୱାଲଙ୍କ ଘର, ଅଫିସ ଓ ସର୍ଗିପାଲି ସ୍ଥିତ ଦେଶୀ ମଦ ଭାଟିରେ
  • ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡର ପଳାସପଲ୍ଲୀ ସ୍ଥିତ କର୍ପୋରେଟ୍ ଅଫିସ ଏବଂ କିଛି ଅଧିକାରୀଙ୍କ ଘରେ
  • ବୌଦ୍ଧ ରା଼ମ୍ଭିକଟା ସ୍ଥିତ କମ୍ପାନୀର ଫ୍ୟାକ୍ଟ୍ରି ଓ ଅଫିସରେ ବି ଚଢାଉ
  • ବୌଦ୍ଧ ପୁରୁଣା କଟକର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ ମିଲ, ବାସଭବନ ଓ ଅନ୍ୟ ସ୍ଥାନରେ ଚଢାଉ
  • ବଲାଙ୍ଗୀର ଓ ଟିଟିଲାଗଡରେ ମଧ୍ୟ ଏକାଧିକ ମଦ ବ୍ୟବସାୟୀଙ୍କ ଉପରେ ଚଢାଉ ହୋଇଛି
  • ମଦ ବ୍ୟବସାୟୀ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଘର ଏବଂ ମଦଭାଟିରେ ଆୟକର ବିଭାଗର ୩୦ ଜଣିଆ ଟିମ୍ ଚଢଉ
  • ବଲାଙ୍ଗୀର ସୁଦ ପଡ଼ାରେ ଥିବା ମଦ ଭାଟି
  • ବଲାଙ୍ଗିର ସୁଦପଡ଼ା ସ୍ଥିତ ମଦ ଭାଟି ମ୍ୟାନେଜର ବଣ୍ଟିଙ୍କ ଘରେ
  • ସମ୍ବଲପୁର ଧନୁପାଲି ଦେଶୀ ମଦ ଭାଟି ଓ ବଡ଼ବଜାରର ଅଫିସ

ରେଡ ୫ ଦିନ ହେଲାଣି ଆହୁରି ଟଙ୍କା ଗଣିବା ସରୁନି । ରେଡ କରି ଅଣାଯାଇଥିବା ୧୭୬ ଟି ବ୍ୟାଗ ରେ ଏବେ ଗଣତି ଚାଲିଛି ,୧୦୬ ଟି ବ୍ୟାଗ ରେ ପ୍ରାୟ ୧୪୦ କୋଟି ଟଙ୍କା ଗଣା ସରିଲାଣି । ଏବେ ଆହୁରି ୭୦ ଟି ବ୍ୟାଗ ଅଛି । ସୂଚନା ଅନୁସାରେ ଟଙ୍କା ଗଣିବା ପାଇଁ ଅଣା ଯାଇଥିବା ମମସିନ ମଧ୍ୟ ଅଚଳ ହେଇ ଯାଉଛି । ଏଥି ନିମନ୍ତେ ଅଧିକ କର୍ମଚାରୀ ଓ ମସିନ ମଧ୍ୟ ନିଯୋଜିତ କରାଯାଉଅଛି ।

କେଉଁ ଠାରୁ କେତେ ଟଙ୍କା ମିଳିଛି ?

  • ଟିଟଲାଗଡ -୧୧ କୋଟି
  • ସମ୍ବଲପୁର – ୩୭ କୋଟି ୫୦ ଲକ୍ଷ
  • ବଲାଙ୍ଗିର ସୁଦପଡ଼ା ସ୍ଥିତ ମଦ ଭାଟି ମ୍ୟାନେଜର ବଣ୍ଟିଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରି ପ୍ରାୟ ୨୦ ପେଟି ଟଙ୍କା ଜବତ

ରାଜ୍ୟ ରେ ନୁହେଁ ଏହି ଲିଙ୍କ ରାଜ୍ୟ ବାହାରେ ମଧ୍ୟ ବଢିଚାଲିଛି । ଶୁଣିବାକୁ ମିଳୁଛି କି ଆୟକର ଏବେ କୋଲକାତା ଓ ରାଞ୍ଚି ଆଡେ ଭି ଅଭିମୁଖ କରିଲେଣି । ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧିରଜ ସାହୁଙ୍କ ଲିଙ୍କ୍ ସ୍ପଷ୍ଟ ହେଉଥିବାରୁ ଏବେ ଜାତୀୟ ରାଜନୀତି ବି ସକ୍ରିୟ ହୋଇଛି

ହେଲେ ଏତେ ଗୁଡାଏ ଟଙ୍କା ଆସୁଛି କେଉଁଠି ଆଉ ଏଗୁଡାକ କଣ ପାଇଁ ବ୍ୟାଙ୍କ ରେ ଜମା ହେଉ ନହିଁ । ତ ହେଲେ ୟେ କଣ କଳା ଟଙ୍କା ?ଏତେ ଗୁଡିଏ ଟଙ୍କା କାହାର ? କେଉଁ ଉଦ୍ଦେଶ୍ୟରେ ଏତେ ଟଙ୍କା ଗଚ୍ଛିତ ରଖାଯାଇଥିଲା ।

ଅନ୍ୟପଟେ ରାଜ୍ୟରେ ଆୟକର ରେଡ୍ ରେ ଏଯାଏଁ ମିଳିଥିବା ପ୍ରାୟ ୨ ଶହ କୋଟି ଟଙ୍କା ମିଳିବା ଘଟଣାରେ କିଛି ଭି ସୁରାଗ ଆୟକର ବିଭାଗ ପାଇପାରୁନାହିଁ । ଆୟକର ବିଭାଗର ଡିଜି ସଞ୍ଜୟ ବାହାଦୂର କହିଛନ୍ତି ଯେ , ଘଟଣାର ତଦନ୍ତ ଚାଲିଛି । ଏ ସଂପର୍କରେ ଆୟକର ବିଭାଗର ଦିଲ୍ଲୀ ଅଫିସରୁ ଅଧିକ ସୂଚନା ଦିଆଯିବ ।

Leave a Comment