ଓଡ଼ିଶା : ଲୋକ ଓ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ପୁଣି ବଡିବାର ଲାଗିଛି କାରଣ କୋଭିଡ 19- JN.1 ର ନୂତନ ସବ୍-ଭାରିଆଣ୍ଟ ଓଡ଼ିଶାରେ ଆସି ପହଞ୍ଚି ଯାଇଛି । ଆଜି ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୁଣି ଏକ ସୂଚନା ଦେଇ ଜଣାଇଛନ୍ତି ଯେ ଓଡ଼ିଶାରେ କୋଭିଡ 19- JN.1 ର ଦ୍ବିତୀୟ positive କେସ ଜଣାପଡିଛି ।
ଓଡ଼ିଶା COVID ବିଷୟରେ ଅଧିକ ଜାଣିବା ପାଇଁ OFFICIAL WEBSITE ଯାଇକି ଦେଖିପାରିବେ “https://covid19.odisha.gov.in/“
ସମ୍ପୂର୍ଣ ବିବରଣୀ COVID Veriant ବିଷୟରେ :
ନୂତନ କୋଭିଡ ସବ୍-ଭାରିଆଣ୍ଟ JN1 କୁ ନେଇ ବିଶ୍ୱସ୍ତରୀୟ ଚିନ୍ତା ମଧ୍ୟରେ ଓଡିଶା ଶନିବାର ଦିନ 20 ଦିନ ବ୍ୟବଧାନ ପରେ ଗୋଟିଏ POSITIVE ମାମଲା ରିପୋର୍ଟ କରିଛି। ସ୍ୱାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ ଯେ ପ୍ରଥମ କେସ ଟି ଡିସେମ୍ବର 3 ରେ ରିପୋର୍ଟ କରାଯାଇଥିଲା ଏବଂ ଡିସେମ୍ବର 10 ସୁଦ୍ଧା ରାଜ୍ୟରେ ଶୂନ୍ୟ ସକ୍ରିୟ ମାମଲା ରହିଥିଲା। ଗତ 24 ଘଣ୍ଟା ମଧ୍ୟରେ ପରୀକ୍ଷା ପାଇଁ ପଠାଯାଇଥିବା 250 ରୁ ଅଧିକ ନମୁନା ମଧ୍ୟରେ ଏହି ନୂତନ ମାମଲା ଚିହ୍ନଟ ହୋଇଥିଲା। ତେବେ ସେହି ବ୍ୟକ୍ତି ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ଅଛି ।
ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ Dr ନିରଂଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ JN1 ଭାରିଆଣ୍ଟର ଉପସ୍ଥିତି ଜାଣିବା ପାଇଁ ବହୁତ ପରୀକ୍ଷା କରଯାଉଅଛି । ସେ କହିଛନ୍ତି, “ଯଦି ଏହାର CT ମୂଲ୍ୟ 25 ରୁ କମ୍ ତେବେ ନମୁନାକୁ କ୍ରମବଦ୍ଧ କରାଯାଇପାରିବ | ବର୍ତ୍ତମାନ ପର୍ଯ୍ୟନ୍ତ, ୨ ଟି ଚିହ୍ନଟ ପରିବର୍ତ୍ତେ ଓଡ଼ିଶାରେ ନୂଆ ପ୍ରକାରର କୌ ଣସି ମାମଲା ଚିହ୍ନଟ ହୋଇନାହିଁ। କିନ୍ତୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନ୍ୟ ରାଜ୍ୟରେ ବଢୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ପରୀକ୍ଷା ଏବଂ ତଦାରଖ କାର୍ଯ୍ୟକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାମାନଙ୍କୁ କହିଛନ୍ତି। ବର୍ତ୍ତମାନ ରାଜ୍ୟ ଦିନକୁ ପ୍ରାୟ 250 ରୁ 300 ପରୀକ୍ଷା କରୁଛି।
ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରେ ଯଦିଓ ଓଡ଼ିଶାରେ covid ତାର ବଂଶ ବିସ୍ତାର କରିବା ପୂର୍ବରୁ , ପ୍ରତେକ ବ୍ୟକ୍ତି ଙ୍କ ଟେଷ୍ଟ କରିବା ଉଚିତ , ଯାହା ଫଳରେ ରାଜ୍ୟ ରେ କୌଣସି ନୂତନ ପ୍ରକାର ରିପୋର୍ଟ ହୁଏ କିମ୍ବା ସଂକ୍ରମଣ ହେବାର ଜଣା ପଡେ ତେବେ ରାଜ୍ୟ ସରକାର ଙ୍କୁ ଉଚିତ ପଦକ୍ଷେପ ଗ୍ରହଣ କରିବା ସହଯୋଗ ହୋଇପାରିବ।
ନିମ୍ନ କିଛି ବିଷୟ ପ୍ରତି ଧ୍ୟାନ ଦେଲେ ଆମେ COVID ସଂକ୍ରମଣ ଋ ଦୂରେଇ ରହିପରିବା
- ଡିସେମ୍ବର-ଜାନୁୟାରୀ ସମୟକୁ ଅଧିକ ଥଣ୍ଡା ହେବା ହେତୁ ସମସ୍ତ ଙ୍କୁ ସତର୍କ ରହିବାକୁ ଉପଦେଶ ଦିଅଯାଇଅଛି ।
- ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବାବେଳେ ଲୋକମାନେ ମାସ୍କ ବ୍ୟବହାର କରିବା ଉଚିତ ।
- ବୃଦ୍ଧ ଓ ଅସୁସ୍ଥ ବ୍ୟକ୍ତି ସର୍ବଦା ନିଜର ଧ୍ୟାନ ରଖିବା ଉଚିତ ।
- ଉପଯୁକ୍ତ COVID ପ୍ରୋଟୋକଲ ଅନୁସରଣ କରିବା ଉଚିତ ଯାହା ଫଳରେ ସଂକ୍ରମଣ ହେବାର ସମ୍ଭାବନା ଦୂରେଇ ରହି ପାରିବା ।
- ବୃଦ୍ଧ ଲୋକଙ୍କୁ ଏବଂ କୋମୋରବିଡିଟି ଥିବା ଲୋକଙ୍କୁ ବାହାରକୁ ଯିବାବେଳେ ମାସ୍କ ରଖିବାକୁ ପରାମର୍ଶ ଦେଇଥିଲେ
ଗତଥର ଡିସେମ୍ବର 3 ରେ ରାଜ୍ୟ ଗୋଟିଏ ମାମଲା ରିପୋର୍ଟ କରିଥିଲା। 20 ଦିନର ବ୍ୟବଧାନ ପରେ, ଆଉ ଗୋଟିଏ ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହାର ୱେବସାଇଟ୍ ମାଧ୍ୟମରେ ଏହି ରିପୋର୍ଟକୁ ନିଶ୍ଚିତ କରିଛି । ଲୋକଙ୍କୁ ସତର୍କ ରହିବାକୁ ଏବଂ କୋଭିଡ ପ୍ରୋଟୋକଲ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । WHO ତଥ୍ୟ ଅନୁଯାୟୀ, ସବ୍-ଭାରିଆଣ୍ଟ ସାରା ବିଶ୍ୱରେ 41 ଟି ଦେଶରେ ବ୍ୟାପିଛି । କେରଳ ପରି ଅନ୍ୟ ରାଜ୍ୟରେ ଏହି ମାମଲା ବଢୁ ଥିବାବେଳେ ସାମାନ୍ୟ ଲକ୍ଷଣ ଥିବା ଅଧିକାଂଶ ରୋଗୀ ଘରୋଇ ଚିକିତ୍ସା ପାଇଁ ପସନ୍ଦ କରୁଛନ୍ତି।