ଓଡ଼ିଶା ଗୋଟେ ପଟେ 17 ତାରିଖ ପୁରୀ ପରିକ୍ରମା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏବେ ଓଡ଼ିଶାରେ covid ର ବୃଦ୍ଧି ଲୋକ ଙ୍କ ମନରେ ଏକ ଆଶଙ୍କା ଭରିଦେଇଛି ମନ୍ଦିର ର ଉଦ୍ଘାଟନ ଉତ୍ସବ କିପରି କରାଯିବ । ଓଡ଼ିଶା ସରକାର ତ ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର କରିଡରର ସେଲିବ୍ରେସନ ପାଇଁ ହେଲେ କଣ ପ୍ରସ୍ତୁତ ଅଛନ୍ତି କି ବଢୁଥିବା ଓମିକ୍ରନ ଭାଇରସ ପାଇଁ ।
ଓଡିଶାରେ ଓମିକ୍ରନ୍ ଓ ଶ୍ରୀ ମନ୍ଦିର ପରିକ୍ରମା
ଓଡିଶାରେ ସମୁଦାୟ ସକ୍ରିୟ COVID ମାମଲା ବୃଦ୍ଧି ସତ୍ତ୍, ସମସ୍ତ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଜଣା ପଡିଛି । ହେଲେ କରୋନା ର ତାଣ୍ଡବ ନୀଳା ଆମେ 2019 ଋ ଦେଖି ଆସୁଛୁ ଆଉ ଯଦି ଥରେ COVID ତାର କାୟା ବିସ୍ତାର କରିବା ଆରମ୍ବ କଲା ତାର ଭୟାଭୟ ରୂପ ଭାରି ଭୟାନକ । ବର୍ତମାନ ସୁଦ୍ଧା ଓଡ଼ିଶା ରେ 26 ଟି ସକ୍ରିୟ ମାମଲା ରହିଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ, 25 ଜଣ ବ୍ୟକ୍ତି ଘରୋଇ ବିଚ୍ଛିନ୍ନ ହୋଇ ଚିକିତ୍ସିତ ହେଉଛନ୍ତି, ଆଉ ସୁସ୍ଥ ଅଛନ୍ତି ବୋଲି ଜଣା ପଡିଛି । ସୁସ୍ଥ ହେଇ ମଧ୍ୟ ଧୀରେ ଧୀରେ COVID ତାର କାୟା ବିସ୍ତାର କରିବାରେ ଲାଗିଛି ।
ମାନୁଛୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନୀ ଉତ୍ସବ କୁ ସମଗ୍ର ଓଡ଼ିଶା ବାସୀ ଚାହିଁ ବସିଛନ୍ତି , ଏବଂ ପୁରୀକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଦେଶ ବିଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ମଧ୍ୟ ପୁରୀକୁ ଆସିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ହେଲେ CORONA ଯେଉଁଠି ଜନଗହଳି ହେବ ସେଠି ରହିବାକୁ ଭଲ ପାଏ ।
ହେଲେ COVID ପାଇଁ ଆମେ କଣ ଆମ ନିଜ ଭଗବାନ ଙ୍କୁ ଦେଖିବାକୁ ଯିବୁ ନାହିଁ , ହଁ ଦେଖିବା ନା ନିଜ ମୋବାଇଲ୍ ରେ ଦେଖିବା , ଘରେ ବସି ଦେଖିବା , ଆଜିକଲି ତ ସବୁ ଜିନିଷ ଅନଲାଇନ ରେ ଅତି ସହଜ ରେ ମିଳିଯାଉଛି । ତ ଘରେ ରହି ଦେଖିବା । ଭାଇ ମାନେ ଏବେ ସତର୍କ ରହିଲେ ସିନା covid କୁ ପୁଣି ଦୂରେଇଦେବା । ନଚେତ ଆପଣ ଜାଣିଛନ୍ତି କଣ ହେଇଥିଲା ସବୁ ଜିନିଷ ଠପ ହେଇଯାଇଥିଲା । କେହି କୁଆଡେ ଆଉ ଯାଇ ପାରୁନଥିଲେ । ସେମିତି ଏକ ନୂଆ ପରିସ୍ଥିତି ହେବା କୁ ଆମେ କାହିଁକି ଦେବା ନିଜେ ସତର୍କ ରହିବା ଆଉ ଅନ୍ୟ କୁ ରଖିବା ।
ଏଠି କହି ରଖୁଛୁ ଯେ ଏବେ ପାର୍ଜୟନ୍ତ ମୋଟ 12 ଜଣ ଙ୍କ COVID ମୃତ୍ଯୁ ବରଣ କରିସାରିଲେଣି । ଏଥିମଧ୍ୟରୁ ପାଞ୍ଚଟି କେରଳରେ, ଚାରିଟି କର୍ଣ୍ଣାଟକରେ, ଦୁଇଟି ମହାରାଷ୍ଟ୍ରରେ ଏବଂ ଗୋଟିଏ ଉତ୍ତରପ୍ରଦେଶରେ ଘଟିଛି,। ଯେତେବେଳେ ଦେଶ ଗତ 24 ଘଣ୍ଟା ମଧ୍ୟରେ 4,334 ତାଜା COVID ମାମଲା ରିପୋର୍ଟ କରିଛି, ସୂଚନାଯୋଗ୍ୟ ଯେ ଅଧିକାଂଶ ମାମଲା ନିର୍ଦ୍ଦିଷ୍ଟ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି ଏବଂ କେରଳ ସର୍ବାଧିକ ରିପୋର୍ଟ ରହିଛି । ଏଣୁ ଏହିପରି ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ହେଲେ ସ୍ଥାନୀୟ ରଣନୀତିର ଗୁରୁତ୍ୱପୂର୍ଣ ଅଟେ |
ଏଣୁ ସଜାଗ ରୁହନ୍ତୁ ସୁସ୍ଥ ରୁହନ୍ତୁ , ଜୟ ଜଗନ୍ନାଥ