ହଁ ଆଜ୍ଞା ଆପଣ ଠିକ ପଢୁଛନ୍ତି କାଳିଆ ଯୋଜନା ଗଲା କୁଆଡେ ?
ବିଗତ ୨୫ ବର୍ଷ ରାଜନୀତି ରେ ବିଜେଡ଼ି ସରକାର ବହୁତ ଯୋଜାନା ଗୁଡିକ କରିଥିଲା ,ସେଥି ମଧ୍ୟ ରୁ କୃଶକ ଙ୍କ ସାଥି କୁହାଯାଉଥିବା କାଳିଆ ଯୋଜନା ଅନ୍ୟତମ । ଏହି ଯୋଜନା ରେ ବହୁତ କୃଷକ , ସ୍ଵାବଲମ୍ବୀ ହୋଇପାରିଥିଲେ । ଆଉ ପ୍ରାୟ କେତେ ଜଣ ଅଯୋଗ୍ୟ ହିତାଧିକାରୀ ମଧ୍ୟ ପାଇଥିଲେ । ହେଲେ ବର୍ତମାନ ସରକାର କୃଷକ ମାନଙ୍କ ଏହି କାଳିଆ ଯୋଜନା ବିଷୟରେ ପଦୁଟିଏ ଭି କହିନାହାନ୍ତି ।
ଓଡିଶା ରେ ଏବେ ନାମ ପରିବର୍ତନ ର ସୁଅ ଛୁଟିଛି, କେନ୍ଦ୍ର ରେ ଯେମିତି ସରକାର ବଦଳିଲେ କେତେକ ରାଜ୍ୟ ଓ କିଛି ଯୋଜନା ର ନାମ ପରିବର୍ତ୍ତନ ହୋଇଛି, ସେମିତି ବର୍ତମାନ ଓଡିଶା ରେ ବି ମଧ୍ୟ ନାମ ପରିବର୍ତ୍ତନ ର ପ୍ରଥମ ଚରଣ ଦେଖିବାକୁ ମିଳିଛି , ଯେମିତି କାଳିଆ ଯୋଜନା କୁ CM KISAN ଯୋଜନା କରି ଦିଆଯାଇଅଛି ।
କାଳିଆ ଯୋଜନା ର କିଛି ପ୍ରଶ୍ନ ?
- କଣ କାଳିଆ ଯୋଜନା ବନ୍ଦ ହୋଇଗଲା କି ?
ଉତ୍ତର : ହଁ କାଳିଆ ଯୋଜନା ୱେବସାଇଟ ବନ୍ଦ ହୋଇ ଯାଇଛି ଏବଂ ତାର ନାମ ପରିବର୍ତ୍ତନ କରି CM KISAN ଯୋଜନା କରି ଦିଆଯାଇଅଛି ।
2. କାଳିଆ ଯୋଜନା ରେ ଅନ୍ତରଭୁକ୍ତ ଥିବା ହିତାଧିକାରୀ ଗଲେ କୁଆଡେ ?
ଉତ୍ତର : ସେମାନଙ୍କ ନାମ CM KISAN ପୋର୍ଟାଲ ଆପେ ଆପେ ଯୋଗ ହୋଇଯାଇଛି ।
3. ଯେଉଁ ମାନେ କାଳିଆ ଯୋଜନା ରେ ଟଙ୍କା ପାଉଥିଲେ ସେମାନେ ପାଇବେ ତ ?
ଉତ୍ତର : ହଁ ସେମାନେ ପାଇବେ ।
4. ଯେଉଁ ମାନେ କାଳିଆ ଯୋଜନା ରେ ଟଙ୍କା ପାଉଥିଲେ ସେମାନେ KYC କରିବାକୁ ପଡିବ କି ?
ଉତ୍ତର : ନାହିଁ ସରକାରଙ୍କ ତରଫରୁ କିଛି ସୂଚନା ବର୍ତମାନ ଯାଏ ମିଳିନାହିଁ ।
5. 2024 ରେ କାଳିଆ ଯୋଜନା ର ସ୍ଥିତି ଚେକ କରିବାକୁ ଚାହିଁବ ତାହା ହେଲେ ତାକୁ କଣ କରିବାକୁ ପଡିବ ?
ଉତ୍ତର : 2024 ବର୍ତମାନ ଆଉ କାଳିଆ ଯୋଜନା ର ସ୍ଥିତି ଚେକ କରିହଉନି । ସ୍ଥିତି ଯାଞ୍ଚ ନିମନ୍ତେ ତାଙ୍କୁ CM KISAN ପୋର୍ଟାଲ ରୁ ହିଁ କରିପାରିବେ ।
6. କେମିତି ଆବେଦନ କରିବେ CM KISAN 2024 ରେ ?
ଉତ୍ତର : ବର୍ତମାନ SEP – 2024 ମାସରୁ CM KISAN ଯୋଜନା ଆରମ୍ବ ହୋଇସାରିଲାଣି । ସମସ୍ତ ଚାଷୀ CAC ସେଣ୍ଟର କିମ୍ବା ନିଜ ଏନଆଇଜେଏ ମୋବାଇଲ ଆପ ରେ ଭି ଆବେଦନ କରି ପାରିବେ ।